( ସ୍ୱର : ପ୍ରଭୋ ବସିଛି ହେ ପଦ ତଳେ )
ପ୍ରଭୁ ମୋହିଛ ହେ ପ୍ରେମାଳାପେ ରହିଥିବ ଅବିରତେ ଅଭୟ ପଦ ପାଦପେ । ୦ ।
ଯେବେ ନିଜ ଇଚ୍ଛା ବଶେ
ଉଡ଼ି ବୁଲି ଚିନ୍ତାକାଶେ
ଯାଏ ହୁଡ଼ି ପଥ ତୋଳି
ଧର ନ ଠେଲି ସନ୍ତାପେ । ୧ ।
ପୂର୍ଣ୍ଣ କରି ନିଜ ବାଞ୍ଛା
ପଣ୍ଡ କଲେ ତବ ଇଚ୍ଛା ଦୋଷ ଦେବା ତେଣେ ଥାଉ
କ୍ଷମ ବାରେ ଅନୁକମ୍ପେ ଜାଣେ ଅନୁଭବେ ମୁହିଁ । ୨ ।
ବାଞ୍ଛା କଳ୍ପତରୁ ତୁହି ଡାକ ଶୁଣି ରକ୍ଷା କରୁ
ପଡ଼ିଗଲେ ଭବକୂପେ । ୩ ।
ଆଶା କରି ମଧୁ ଫଳେ ବସା କରିଅଛି ଡାଳେ
ଧରି ରଖ ଯେହ୍ନେ ଖସି ନ ପଡ଼େଟି ଭବ ତାପେ । ୪ ।