nahi samaya kalo dino

ନାହିଁ ସମୟ କାଳ ଦିନ
ପାଖେଇ ଆସିଲା ପ୍ରଭୁଙ୍କ ଆଗମନ
ପାପଠାରୁ ରହି ଭିନ୍ନ ହୋ….. ପାଇ ଆମେ ପରିତ୍ରାଣ
ଯୀଶୁଙ୍କୁ ଦେବାରେ ମନରେ… (ଘୋଷା)

ଛାଡ଼ିଯିବା ଆମେ ମରତପୁର
ସ୍ଵର୍ଗ ହେବ ଆମ ଘର
ସ୍ଵର୍ଗ ସିଂହାସନେ ବସାଇବେ ପ୍ରଭୁ
ଭୋକ ଶୋଷ ହେବ ଦୂର
ପାଇଲେ ଶାଶ୍ବତ ପ୍ରେମ ହୋ ପୁଲକିତ ହେବ ମନ
ଧନ୍ୟ ହେବ ଆମ ଜୀବନ… |୧|

ଯିଏ ଜାଣି ନାହିଁ ଜଣେଇ ଦେବା
ପ୍ରଭୁ ଆଗମନ କଥା
ଜାଣି ଶୁଣି ଯିଏ ଭୁଲାଇବ ମଥା
ଭୋଗିବ ନରକ ବ୍ୟଥା
ଆଉ ଭାଇ କ୍ଷମା ନାହିଁ ହୋ …
ଉଦ୍ଧାର ପାଇବ ନାହିଁ
ଥାଉ ଥାଉ ଫେର ମନରେ… |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “nahi samaya kalo dino”