ହେ ଆକାଶ ମଣ୍ଡଳ ଶୁଣ ଶୁଣ
ଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣ
ହେ ପୃଥିବୀ -.. ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା)
କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନା
ଅଗ୍ନି ତେଜରେ ରାଜା ଆସିବେ
ମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋ
ହେ ପୃଥିବୀ … ଆସୁଛି ଅତି ଭୟଙ୍କର ଦିନ … |୧|
ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନା
ପସନ୍ଦ ସେ ଅଟେ ଶୟତାନର ଫାନ୍ଦ
ତା’ନୁହେଁ ସେ ଚିର ଆନନ୍ଦ ହୋ … ହୋ
ହେ ପୃଥିବୀ …ତୁମେ ହୁଅ ଚଞ୍ଚଳ ସାବଧାନ … |୨|
ଯୀଶୁଙ୍କ ରକତେ କିଣା ଯେତେ ଜନ ରହୁଁଛି ତାଙ୍କ ପାଇଁ ମହା ଗୁପ୍ତ ସ୍ଥାନ
ସଂଗ୍ରହ କରିବେ ଦୂତ ଗଣ
କରିବାକୁ ସରଗେ ଗ୍ରହଣ .. ହୋ … ହୋ …
ହେ ପୃଥିବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ … |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.