ଆସ ହେ ପରିଶୁଦ୍ଧ ଆତ୍ମା
ଅନ୍ତରେ ଜାଗୁ ତୁମ ଅଗ୍ନିଶିଖା, ମନରୁ ଜଡ଼ ବିଷାଦ ଅପସରି,
ଚକ୍ଷୁ ମଳିନତା ନାଶ ତମୋହାରୀ । ଘୋଷା ।
ଦେଖାଅ ସରବ ପାତକୀ ନରେ
ତୁମ ପ୍ରେମ ଅତୁଳ ପାପ ହରେ,
ପରବତ ପରି ପାପ ନିଏ ବୋହି
ଈଶବକ୍ଷରୁ ଝରା ରକତେ ଧୋଇ । ୧ ।
କ୍ଷମାର ବାଣୀ ଦିଅ ମୋକ୍ଷଦାତା ହୋଇ ପ୍ରସନ୍ନ ଆହେ ଶାନ୍ତିଦାତା,
ନିରନ୍ତର ଆସୁ ଶକତି ତୁମରି
ନିତ୍ୟ ସତ୍ୟ ପଥେ ସୁପ୍ରତ୍ୟୟ ଭରି । ୨ ।
ମୋ ଜୀବନ ଆଣୁ ତୁମ ଗୌରବ
କର ନୂଆ ସୃଷ୍ଟି ମୋର ସରବ,
ଅସିଦ୍ଧି ଜୀବନ ପରିଶୁଦ୍ଧ କରି
ଅନ୍ତରାତ୍ମା ତୁମ ଅନୁରାଗେ ଭରି । ୩ ।