ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା । ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ, ଗୁହାଳ କୁଣ୍ଡରେ ରହିଅଛ ଶୋଇ, ତବ ଆଲୋକ ତାରକା ସମ ମୋତେ ଦେଖାଇଛ ପଥ ପାପ-ନିଶିରେ । ୧ । ସ୍ୱର୍ଗ ସିଂହାସନ ତିଆଗି ହେ ନାଥ, ମାନବ ରୂପ ଧରି ହୋଇଅଛ ଜାତ, ପାପୀ ପାପ-ଭାର କରିବାକୁ ଦୂର, ଆସିଅଛ ଆଜି ଏ ଦୀନ ବେଶରେ । ୨ । […]
Uncategorized
ଆଜି ସୁପ୍ରଭାତେ ଆସ ଯିବା ଭାଇ ନବ ପ୍ରେମେ ମିଳି ଯୀଶୁ ନାମ ଗାଇ । ଘୋଷା । ସ୍ୱଗୁଁ ଅବତରି ସୁର ପ୍ରଭୁ ଭବେ ଜନମିଲେ ନର ତ୍ରାଣ ପାଇଁ । ୧ । ଭାଇ ଭଗିନୀ ସର୍ବେ ଜଡ଼ତା ଛାଡ଼ି ପାପାତ୍ମାର ସର୍ବ ଶୃଙ୍ଖଳା ବେଡ଼ି ଭଙ୍ଗ କରି ଆସ ମୁକୁଳିବା ପ୍ରେମେ ଏକ ହୋଇ ଯୀଶୁ ନାମ ଗାଇ । ୨ । ସୂଚୀମାଳାକୁ […]
( ସ୍ୱର : ତୁଙ୍ଗ ଶିଖରୀ ଚୁଳ, କୁଞ୍ଜ କାନନ ମାଳ ) ଜାଗରେ ସଇନିକେ ଆର୍ତ୍ତ ଜନତା ଡାକେ ରାତ୍ରିର ଅନ୍ଧକାରେ ପଥ ବାଉଳା, ଶତ୍ରୁ ଚଉଦିଗେ ହୁଙ୍କାର ଶବଦେ କରି ଦିଏ କ୍ଷଣେ କ୍ଷଣେ ଛାତି ପତଳା । ଘୋଷା । ତେଜି ଉଠ ତରୁଣ ସୈନିକ ଦଳ ଯାଚି ଘେନ ସେନାପତି ବାକ୍ୟ ବଳ ଆଲୋକର ଶିଖା ଜାଳି, ଅନ୍ଧକାର ଦିଅ ଦଳି […]
(ସ୍ୱର : ଦୟାମୟ ଯୀଶୁ ଧନ ହେ) ଦୟାମୟ ଯୀଶୁ ପ୍ରିୟ ହେ ମୋର ସବୁ କିଛି ତୁମେ ନିଅ । ଘୋଷା । ନିଅ ବୋଲି ପ୍ରଭୁ ଦେଲି ମୁହିଁ ତୋଳି ଅତୀତ ଜୀବନ ଶତ ବ୍ୟଥା କାଳି; ଲହୁ ଲୁହେ ଧୋଇ ଦିଅ ପ୍ରେମମୟ ତୁମ ଯୋଗ୍ୟ କରି ନିଅ ହେ । ୧ । କ୍ରୁଶ କୋରଡ଼ାରେ ଦିଅ ଭାଙ୍ଗି ଦିଅ ସଂସାରର ଶତ ବାସନାର […]
ଚିର ବନ୍ଧୁବର ଯୀଶୁ ହେ ସୁନ୍ଦର କଳୁଷ ପରାଣେ ରାଜ ଗୋ, ହେ ବିଶ୍ୱ ଗୌରବ ସ୍ୱରଗ ବିଭବ ସମାଜ ପରାଣେ ସାଜ ଗୋ । ଘୋଷା । ପ୍ରଣମି କରୁଗୋ ତୁମଠି ଅଳି, ଆହେ ପାପହାରୀ ପ୍ରାଣ ସଙ୍ଖାଳି, ଅଜ୍ଞାନ ପରାଣୁ ପାପର କାଳିମା ତୁମରି ଆଲୋକେ ମାଜ ଗୋ । ୧ । ଏ ଭବ ଅସାର ମାୟା ମମତା ହରି ନେଲାଣି ଗୋ ଜୀବନ […]
ସୁନ୍ଦର ମଧୁର ନାମଟି ତାଙ୍କର ନ ପାରେ ମୁରୁଛି କ୍ଷଣେ ମାତର ଯେଣେ ଗଲେ ତେଣେ ନାଚେ ହୃଦ ମୋର କି ଜାଣି କାହିଁକି, ନୁହଇ ପାସୋର । ଘୋଷା । ଦୁଇ ଦୁଇ କରି ଚାରୋଟି ଅକ୍ଷର ବାନ୍ଧି ରଖିଅଛି ସରଗ ସମ୍ଭାର ଆଡ଼ କାଠେ ଛନ୍ଦା ସେହି ନାମ ଚିର ହେଜୁ ନ ହେଜୁଣୁ ପୁଲକେ ଶରୀର । ୧ । ନୀତି ଚମତ୍କାର ପ୍ରୀତି ରତ୍ନାକର […]
(ସ୍ୱର : ଆହା କି ମଧୁର ତବ ପ୍ରେମ ପରଶ) ପ୍ରାତେ ଦିଅ ଦରଶନ, ଜୀବନ ଧନ ତୁମେ ପରା ପାପହରା, ମୁକ୍ତିଦାତା ଜ୍ଞାନାଞ୍ଜନ । ଘୋଷା । ହୃଦୟ ଦୁଆର ଦେଇ ମୁଁ ଖୋଲି, ଡାକୁଛି ଆତୁରେ ମୋ ଯୀଶୁ ବୋଲି ଆସ ତ୍ୱରା ସହୁ ନାହିଁ ବିଳମ୍ବ ଯେ ମୋର ପ୍ରାଣ । ୧ । ରଜନୀ ଅନ୍ଧାର ହେଲାଣି ଦୂର, ପୂରୁବ ନଭେ […]
ଦୟାମୟ ଯୀଶୁ ଧନ ହେ ମୋତେ ସବୁଠାରୁ କର ସାନ । ଘୋଷା । କର ପ୍ରଭୁ ମୋତେ ମାଟିଠାରୁ ହୀନ ପିନ୍ଧାଅ ହେ ମୋତେ ନମ୍ରତା ଭୂଷଣ ଧ ୂଳିରୁ ଆହୂତ ଏ ନିରାଟ ସତ୍ୟ ନ ଭୁଲିବି କଦାଚନ । ୧ । ମର ଶରୀରର ତେଜ ବୀର୍ଯ୍ୟ ବଳ, ଜାଣେ ଦିନେ ଏହା ହୋଇବ ବିଫଳ ଅନିତ୍ୟ ସିନା ଏ ରୂପ ଯଉବନ, […]
ନିରମଳ ନିରମଳ ନିରମଳ ଦେବତା ସୁର ନର ପ୍ରଶଂସିତ ସୃଷ୍ଟିକରତା । ଧ୍ରୁବ । ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା । ୧ । ପ୍ରେମମୟ ଅବତାର ଅଦ୍ୱିତୀୟ କୁମର କରୁଣା କ୍ଷୀର ସାଗର ବିଶ୍ୱନିୟନ୍ତା । ୨ । କୃପାମୟ ‘ଯୁବାମେଷ’ କ୍ରୁଶାର୍ପିତ ନରେଶ, ପତିତ ଜନ ବାନ୍ଧବ, ପାପହରତା । ୩ । ଜ୍ୟୋତିର୍ମୟ, ପବିତ୍ରାତ୍ମା, ସାରତତ୍ତ୍ୱ ବୋଧାତ୍ମା, ଅନୁପମ ବରଦାତା […]
(ସ୍ୱର : ତୁମେ ଅଧମ ପତିତ ନରେ) ମମ ହୃଦୟ ଚନ୍ଦନ ଯୀଶୁ ଜୟ ଜଗତ ଚନ୍ଦନ ଅଣାକାର ପରମ ବ୍ରହ୍ମ ଜୟ ସତ୍ୟ ସନାତନ । ଘୋଷା । ପାତକୀ ଜୀବନ ଧନ ଜଗଜ୍ୟୋତି ଦୀନବନ୍ଧୁ ମନମୋହନ ପାପହାରୀ ତ୍ରାଣକାରୀ ଜୟ ସର୍ବଶକ୍ତିମାନ । ୧ । ପତିତ ମୁକତି ପଥ ରୋଗ ଶୋକ ଦୁଃଖହାରୀ ଜଗତନାଥ ଜୟ ଜୟ ମୃତ୍ୟୁଞ୍ଜୟ ଜୟ ବିଘ୍ନ ବିନାଶନ । ୨ […]