ଆହେ ପ୍ରଭୁ, ଶୁଣ ମୋ ନିବେଦନ । ଘୋଷା । ମୋ ହୃଦେ ତୁମ୍ଭ ପ୍ରତି ବଢ଼ାଅ ପ୍ରେମ ଭକ୍ତି, ନାଶ କର ମୋହର ପାପ ତମ । ୧ । ତୁମ୍ଭ ସେବାରେ ନିତି ରଖ ହେ ସ୍ଥିର ମତି, ସଦା କର ହେ ମୋରେ କୃପା ଦାନ । ୨ । ତୁମ୍ଭ ଧର୍ମାତ୍ମା ଗୁଣ କର ମୋ ହୃଦେ ଦାନ, ସଦା ରଖ ହେ […]
multilingual Christian song
ମନ ଚିନ୍ତା କିପାଇଁ, ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ । ଘୋଷା । ଯେ ମୋତେ କରିଲେ ସୃଷ୍ଟି, ରଖିଛନ୍ତି ଦୟା ଦୃଷ୍ଟି ଦିବା-ନିଶି ମୋର ପ୍ରତି, ଜାଣଇ ମୁହିଁ । ୧ ।ମୋର ମଙ୍ଗଳ କାରଣ ଯାହା ଅଟେ ପ୍ରୟୋଜନ ତାଙ୍କ ଇଚ୍ଛାରେ ପ୍ରଦାନ କରନ୍ତି ସେହି । ୨ । ଜନ୍ମକାଳୁ ଏପର୍ଯ୍ୟନ୍ତ ଯାହାଙ୍କ ଦ୍ୱାରା ରକ୍ଷିତ ଭବିଷ୍ୟତେ ସେ ନିତାନ୍ତ ଭୁଲିବେ ନାହିଁ । ୩ । ତାଙ୍କଠାରେ ଆଶ୍ରା […]
ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର ଅଭାବ ମୋହର କରିବେ ସେ ଦୂର,କି ହେତୁ ହେବି ମୁଁ ଚିନ୍ତାରେ କାତର । ଘୋଷା । ସକଳ ପଥ ମୋର, ଅବସ୍ଥା ଆବର ଅଟେ ତାଙ୍କୁ ଗୋଚର,ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ନାଶିବେ ମନରୁ ଆପଦର ଡର । ୧ । ପିତାମାତା ଭ୍ରାତାଦି ଯେତେକ ସ୍ୱଜାତି ଛାଡ଼ିଲେ ନାହିଁ ଭୀତି,ରଖିବେ ଆବୋରି ସ୍ୱବାହୁ ବିସ୍ତାରି ନ କରିବେ […]
ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେଏଣୁ ମୁହିଁ ସ୍ଥିରଚିତ୍ତ ଅନୁକ୍ଷଣରେ । ଘୋଷା । ହେବେ ସେ ସଙ୍ଗୀ ମୋହର, ଘୁଞ୍ଚିବ ସର୍ବ ଡରଭୟ ନୋହିବ ମୋ ମନ ଗଲେ ଅନ୍ଧାରେ ା ୧ । ଘେରିଲେ ହେଁ ଘୋର କ୍ଳେଶ ନୋହିବି ମୁଁ ନିରାଶସର୍ବକାଳେ ନିର୍ଭର ମୁଁ ଦେବି ପ୍ରଭୁରେ ା ୨ । ମୃତ୍ୟୁଚ୍ଛାୟାର ପଦାରେ ମୋର ଗମନ ହେଲେ,ଭୟ ଜାତ ନୋହିବ ଯେ ମୋର ମନରେ ା […]
ଆହା, କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣ ! କେତେ ନିଶ୍ଚିତ ଅଟଇ ତାଙ୍କର ରକ୍ଷଣ ା ଘୋଷା । ସର୍ବଶକ୍ତିମାନ ସଙ୍ଗେ ଅନୁକ୍ଷଣ, ଦୁର୍ଦ୍ଦଶାରେ ଭୟ ମନେ ନୁହଇ ଉତ୍ପନ୍ନ ତାଙ୍କର ଅସୀମ ଭ୍ରାନ୍ତିଶୂନ୍ୟ ଜ୍ଞାନ, ା ୧ । କରୁଥାଏ ସଦା ତାଙ୍କୁ ପଥ ପ୍ରଦର୍ଶନ ବିଦେଶରେ ଗତି କଲେ ନାହିଁ ଭୀତି, ା ୨ । ସର୍ବତ୍ର ନିର୍ବିଘ୍ନେ ତାଙ୍କୁ କରାନ୍ତି ଗମନ ସମୁଦ୍ର ଗମନେ ଭୟ […]
ବ୍ୟସ୍ତ କିମ୍ପା ମନ ? ଧର ପ୍ରଭୁ ଚରଣେ ଶରଣ । ଘୋଷା । ମନରେ ବିବେଚି ଦେଖ, ସେ ତୋର ପ୍ରତିପାଳକ,ଅଭାବ ନୋହିବ କେବେ ତାଙ୍କ ଅନୁଗ୍ରହ ଦାନ । ୧ ।ସେ କୋମଳ ତୃଣ ସ୍ଥାନେ କରାନ୍ତି ତୋରେ ଶୟନସ୍ଥିର ଜଳ ନିକଟରେ କରନ୍ତି ତୋତେ ପାଳନ । ୨ । ମୃତ୍ୟୁଚ୍ଛାୟାର ପଦାରେ ତୋହର ଭ୍ରମଣ ହେଲେ,କୌଣସି ଆପଦେ ମନେ ନୋହିବ ହେ ଶଙ୍କା ଜନ୍ମ । ୩ […]
ଆସ ଆସ ବନ୍ଧୁ, ଆସ ହେ ଆନନ୍ଦେ, ଆସ ଆଜି ଏକ ହୋଇବା, ଜଗଜ୍ୟୋତିଃ-ପତି ପତିତପାବନେ, ଆସ ଆଜି ପୂଜା କରିବା । ଘୋଷା । ମାନ ଅଭିମାନ ଭୁଲି ବହନ ଆସ ହେ ସରବେ ପ୍ରୀତି ଭରେ, ପ୍ରେମ ଫୁଲ ତୋଳି ଭରିଣ ଅଞ୍ଜଳି ନିବେଦିବା ପ୍ରେମମୟଙ୍କର ସୁନ୍ଦର ଶରୀରେ ପ୍ରେମ-ଫୁଲହାର ଛନ୍ଦିବା । ୧ । ସୁଭକତି-ପ୍ରେମ-ଫୁଲ-ଚନ୍ଦନ ଆଣ ପ୍ରତି ହୃଦ-ଚାଙ୍ଗୁଡ଼ିରେ, ମନର ଆନନ୍ଦେ, ସେ ଯୁଗଳ […]
ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ ବିଭୁ ନାମ ଆଜି ଗାଅରେ,ଗାଅ ନରନାରୀ ହୃଦୟ-ଯନ୍ତ୍ରେ ସେ ନାମ ମହିମା ଗାଅରେ ା ୦ । ଗାଏ କୋକିଳ ତାନ ପଞ୍ଚମେ ବିଭୁ ନନ୍ଦନ ଭୁବନେ ତରୁ ଶିହରେ, ତଟିନୀ ଧୀରେ ବିଭୁ ପ୍ରେମାବେଶେ ଧାଏଁରେ ା ୧ । ସବୁ ବିଦ୍ୱେଷ ଦୂରେ ପରିହରି ବିଶ୍ୱ ମଙ୍ଗଳେ ମାତି, ସବୁଠୁ ଉଠୁଛି ଯେ ଭାବର ଗାନ ସେହି ସଙ୍ଗୀତେ ମାତି, ଆରେ […]
ଜୟ ଯୁବାମେଷ ଯୀଶୁ ଜଗତ ଜୀବନ, ବିଶ୍ୱଜନ-ମନ-ମୋହନ ମନ୍ତର ତୁମ୍ଭ ସୁଧାମୟ ନାମ । ଘୋଷା । ପାପୀ-ଆଶାଘର ପ୍ରେମ ଅକୂପାର ଦୀନ ଦରିଦ୍ର ଶରଣ, ଯୋଗୀ-ଜପମାଳ ରଙ୍କ-ରତ୍ନଥାଳ, ଅନନ୍ତ ଜୀବନ ଧନ । ୧ । ନିରାଶ-ପରାଣ-ଆଶା-ଉଦ୍ଦୀପନ ସମୃଦ୍ଧି ସୁଖସଦନ, ଦୁଃଖୀ ଦୁଃଖ-ବୁହା ପାପ-ପଙ୍କଧୁଆ, ଜୟ ତ୍ରିଲୋକପାବନ । ୨ । ଦିଅ ଦରଶନ ହେ ଜୀବଜୀବନ ମୁଁ ଯେ ଅତି ଅକିଞ୍ଚନ, ସନ୍ତାପହରତା ତ୍ରିଏକ ବିଧାତା, ପୂର୍ଣ୍ଣ […]
କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ ସେହି ସର୍ବ ସୃଷ୍ଟିକର୍ତ୍ତା ତ୍ରୈଲୋକ୍ୟ ମହାରାଜନ ା ଘୋଷା । ସେହି ଅନାଦି ଅନନ୍ତ ସେହି ମହତ୍ତ୍ୱ ବିଶିଷ୍ଟ, ହୁଅ ସର୍ବ ପ୍ରାଣୀ ଭୀତ କର ତାଙ୍କ ଆରାଧନା ା ୧ । ସେହି ସର୍ବ ପରିତ୍ରାତା ସେ ମହା ମଙ୍ଗଳଦାତା, ସେହି ପ୍ରତିଫଳଦାତା କର ତାଙ୍କ ଆରାଧନା ା ୨ । ସେହି ପ୍ରଭୁ ସର୍ବଜ୍ଞାତା ଜାଣନ୍ତି ମନର କଥା, […]