ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ, ହେବ ଆଗମନ ଦାରୁଣ ଦୁର୍ଦ୍ଦିନ, ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର, ଦନ୍ତ ହେବ କ୍ଷୀଣ, ଶକ୍ତି ହେବ ହୀନ, ଗୋଟି ଗୋଟି ହୋଇ ପାଚିବ କେଶ ା ୧ । ଥ ର ହର ହେବ ଶରୀର, ଭୟ ହେବ ଉଚ୍ଚ ସ୍ଥାନର, […]
multilingual Christian song
ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା । ଧ ନ୍ୟ ଯୀଶୁ ତ୍ରାତା, ଦଶ ସହସ୍ରେ ଧନ୍ୟ, କ୍ରୁଶ କାଷ୍ଠେ, ମରି କଷ୍ଟ ସାଧିଲେ ତ୍ରାଣ । ୧ । ସତ୍ୟ, ଶାନ୍ତି, ଦୟା, କ୍ଷମା ସେ କ୍ରୁଶେ ପୂର୍ଣ୍ଣ, ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ ! । ୩ । ଉଠ […]
ପରିତ୍ରାଣ ସମ୍ବାଦ କି ଅଟେ ମିଷ୍ଟଧ୍ୱନି ! ହୁଏ ଶୋକ ତାପ ଦୂର କର୍ଣ୍ଣେ ତାହା ଶୁଣି । ଘୋଷା । ଘୋର ଅନ୍ଧକାରେ ଯେ ନିବାସ କରେ, କରେ ତା ପ୍ରତି ଉଦୟ ତ୍ରାଣ-ଦିନମଣି । ୧ । ମରଣ ଛାୟାରେ ଯେ ନିବାସ କରେ, କରେ ତା ପ୍ରତି ପ୍ରଚାର ଜୀବନର ବାଣୀ । ୨ । ଯେ ଘୋର ବନ୍ଧନେ ରହେ ଅନୁକ୍ଷଣେ, ହୁଏ ଅତି […]
ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ । ଏ ଘୋର ବିପିନ, ନାହିଁ କାହିଁ ତ୍ରାଣ ତୁମ୍ଭ ବିନୁ ଅନ୍ୟଠାରେ । ଘୋଷା । କେହି ନାହିଁ ଆଶା, କରିଛି ଭରସା ପ୍ରଭୁ ହେ ତୁମରିଠାରେ, ଏ ଘନ ବନରେ ଥାଇ ମୋ ସଙ୍ଗରେ ରଖ ହେ ଦିବାନିଶିରେ । ୧ । କି ଅନ୍ଧ ତମସ, ଲାଗେ ମହାତ୍ରାସ, ବିଘ୍ନ ପଡ଼େ ବାରେ ବାରେ, ମହାବଳୀ ପ୍ରଭୁ, […]
ହୁଅ ହେ ପ୍ରଭୁ ସହାୟ ମୋର ଅନନ୍ତ ଜୀବନ ପଥେ ତୁମ୍ଭର । ଘୋଷା । ଚାଲୁ ଚାଲୁ ପ୍ରଭୁ ପଥେ ତୁମ୍ଭର, ଘେରଇ ଆପଦ ବହୁ ଜଞ୍ଜାଳ ା ୧ । ସେ ପଥ ସଂକୀର୍ଣ୍ଣ ଦୁର୍ଗମ ଦ୍ୱାର, ପ୍ରତିଦିନ ଘଟେ ଘୋର ସମର । ୨ । ଶତ୍ରୁ ଶୟତାନ ସେ ବଳୀୟାର, ସିଂହ ପ୍ରାୟେ ଘୋର ଗର୍ଜନ ତାର । ୩ । ମହା […]
ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର । ଘୋଷା । ତୁମେ କରୁଣା କରିଲେ ଊଣା ହେବି ମୁଁ ଆଉ କାହାର ? ମୋ ଦେହ ପ୍ରାଣ ଆତ୍ମା ଜୀବନ ସବୁ ତ ପ୍ରଭୁ ତୁମର ା ୧ । ତୁମ୍ଭ ବିହୁନେ ଏହି ଭୂବନେ ମୋ ମନ ସଦା ଅସ୍ଥିର, ଗଗନେ ଯେହ୍ନେ ଧୂମ ପବନେ କେବେ ନୁହଇ ସୁସ୍ଥିର ା ୨ । ତୁମ୍ଭେ […]
(ପରା) ତୁମେ କହିଛ ସଙ୍ଗ ଥିବ ନିୟତ, ନାହିଁ ନାହିଁ କେହି ତୁମ୍ଭ ବିନା ଭାବଗ୍ରାହୀ ଶୁଣିବା ପାଇଁ ଏ ଦୀନ ଆରତ । ଘୋଷା । ଆସୁଅଛି ଦ୍ୟାବଳ ରଙ୍ଗେ, ସଙ୍ଗେ ସେନାବଳ, ରୋଧିବ ହୃଦୟ-ଗଡ଼, ଭାଙ୍ଗି ବିବେକ-ବାଡ଼ ଛନ୍ଦି ପାପ-ନିଗଡ଼ ବନ୍ଦି କରି ହରିବ ସକଳ, କାହିଁ ଯିବି, କି ଲୁଚିବି, କି ଯୁଝିବି, ଛଅରିପୁ, ଏକାକୀ ମୁହିଁତ ? । ୧ । ଭୟେ ବିଶ୍ୱାସ-ଧନ […]
ଯୀଶୁ ହେ, ତୁମରି କରୁଣା ଦାନେ ଜଗାଅ ମୋହନ ଛବି ଗୋପନେ, ନିତି ନିତି ନବ ପ୍ରେମର ଦୀପ କାଳିମା ବୋଳା ଏହି ସମାଜେ ପ୍ରାଣେ ଜଳାଅ ପ୍ରଭୁ ତବ ସମାଜ ପ୍ରାଣେ ା ଘୋଷା । ଯୀଶୁ ହେ ଜୀବନ ଜୀବଧାରୀ, ପତିତପାବନ ପାପହାରୀ, ଯୀଶୁ ହେ ଆସ, ହୃଦୟେ ବସ, ଦିଅହେ ପ୍ରିୟ ଧର୍ମ-କିରଣ, ମାଗୁଁ ଆଜି ଏହି ବର-ପ୍ରିୟ ହେ ପ୍ରିୟ, ପରଶ ଦିଅ […]
ପ୍ରଭୋ ବସିଛି ହେ ପଦ ତଳେ, ତୁମ୍ଭ ବାଣୀ ମୁଁ ନ ଶୁଣି ଯିବି ନାହିଁ କାହିଁ ଭଲେ । ଘୋଷା ।ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ । ୧ ।ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,ଚଳାଅ ଧରି ମୋ ହାତ, ନ ଟଳିବି ଯେହ୍ନେ ଚୁଳେ । ୨ ।ନାହିଁ ମୋର ଭକ୍ତି ଲୟ, ହୃଦୟ ସଦା […]
ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର । ଘୋଷା । ତୁମ୍ଭେ ସର୍ବଶକ୍ତିମାନ, ଦୟାରେ ସିନ୍ଧୁ ସମାନ, ତ୍ରିପୁରେ ଅସାଧ୍ୟ କିଛି ନାହିଁ ତୁମ୍ଭର । ୧ । ଦୁଃଖ-ଶୋକ-ପଙ୍କୁ କେତେ ଉଦ୍ଧାରିଛ ନିଜ ହାତେ, କି ବର୍ଣ୍ଣିବି ତାହା ଏହି ମୁଖେ ମୋହର । ୨ । ଆୟୁବକୁ କୃପା କଲ, ଘୋର ବିପଦୁ ତାରିଲ, ଦ୍ୱିଗୁଣ ସମ୍ପଦେ ଚିତ୍ତ ତୋଷିଲ ତାର । ୩ […]