ଆସ ପିଲାମାନେ ସାଧୁ କୂଳରେ ମିଳିବା ଏ ସ୍ଥାନେ ସଣ୍ଡେସ୍କୁଲରେ ପ୍ରଭୁ ଏହିଠାରେ ଦେଖା ଦିଅନ୍ତି, ଆମ୍ଭ ମାଗିବାରେ ପାଶେ ନିଅନ୍ତି । ୧ । ସଣ୍ଡେସ୍କୁଲରେ ଥାଇ ଜ୍ଞାନ ପାଇବା ତ୍ରାଣଜ୍ଞାନ ପାଇ ଗୀତ ଗାଇବା । ଆସ ପିଲାମାନେ ଆଜ୍ଞା ହେବାରେ ମିଳିବା ଏ ସ୍ଥାନେ ସ୍କୁଲ- ସେବାରେ, ଯୀଶୁ ଏହିଠାରେ ଆଶ୍ରା ଦିଅନ୍ତି, ତାଙ୍କୁ ମାନିବାରେ କୋଳେ ନିଅନ୍ତି । ୨ । ଆସ ପିଲାମାନେ […]
Uncategorized
ଆସ ସର୍ବେ ବିଶ୍ୱଜନ ତୋଳି ଜୟ କେତନ କର ଉଲ୍ଲାସେ ପ୍ରଣାମ ଶିଶୁ ଯୀଶୁ ଚରଣ । ଘୋଷା । ବେଥେଲିହିମ ଆକାଶେ ନବ ତାରା ବିକଶେ, ଦେଖ ଦୀନହୀନ ବେଶେ ସୁପ୍ତ ବିଶ୍ୱ ରାଜନ । ୧ । ଆସି ଧରା ପାପମୟ ତ୍ୟଜି ଗୌରବ ସ୍ୱର୍ଗୀୟ କଲେ ଈଶ୍ୱର ତନୟ ଦୁଃଖୀ ଦୁଃଖ ବରଣ । ୨ । ସୁପଣ୍ଡିତ ତିନି ଜଣ କରି ମାନ ବିସର୍ଜନ […]
ମଙ୍ଗଳ ମଙ୍ଗଧାରୀ ଆନନ୍ଦେ ଭରି, ମୋ ଜୀବନ ତରୀ; (ଏବେ) ଭାସିଯାଉ ଅନନ୍ତ ସ୍ରୋତେ, ହେ ଭବକାଣ୍ଡାରୀ । ନାହିଁ ଅନ୍ୟେ ଗତି ଜାଣେ ମନ୍ଦ ମତି ତୋଫାନରେ ଭୀତି ଜାଗେ ନିତି ନିତି, କର ରିଷ୍ଟ ପାରି, ଆହେ ବିପଦହାରୀ । ୧ । ହେଲା ଲକ୍ଷ୍ୟଚ୍ୟୁତି ଭଗନ ପ୍ରତୀତି, ପାଏନା ଶକତି ମୁହିଁ ମନ୍ଦମତି, ନିଅ ମୋର ତରୀ, ଆହେ ମଙ୍ଗଧାରୀ । ୨ । ଉତ୍ତାଳ […]
ଆସ ହେ ପରିଶୁଦ୍ଧ ଆତ୍ମା ଅନ୍ତରେ ଜାଗୁ ତୁମ ଅଗ୍ନିଶିଖା, ମନରୁ ଜଡ଼ ବିଷାଦ ଅପସରି, ଚକ୍ଷୁ ମଳିନତା ନାଶ ତମୋହାରୀ । ଘୋଷା । ଦେଖାଅ ସରବ ପାତକୀ ନରେ ତୁମ ପ୍ରେମ ଅତୁଳ ପାପ ହରେ, ପରବତ ପରି ପାପ ନିଏ ବୋହି ଈଶବକ୍ଷରୁ ଝରା ରକତେ ଧୋଇ । ୧ । କ୍ଷମାର ବାଣୀ ଦିଅ ମୋକ୍ଷଦାତା ହୋଇ ପ୍ରସନ୍ନ ଆହେ ଶାନ୍ତିଦାତା, […]
ଚାହଁ ଚାହଁ ବାରେ ଆହେ ପାତକୀ ନରେ ତୁମରି ମୁକତି ପାଇଁ ଯୀଶୁ କ୍ରୁଶୋପରେ । ଘୋଷା । ଜଗତ ପାପର ଭାର ମସ୍ତକେ କଣ୍ଟକ ହାର, ଅଭିଶାପାନଳ ତୋର ନିଅନ୍ତି ବକ୍ଷରେ । ୧ । ରକ୍ତିମ ଶୋଣିତ ସ୍ରୋତ ବହିଯାଏ ଅବିରତ, ହସ୍ତପଦ କଣ୍ଟାବିଦ୍ଧ ଭଗ୍ନ କଳେବରେ । ୨ । କଲେ ଦୁର୍ବୃତ୍ତ ଉପେକ୍ଷା “ନିଜେ ନ କଲ ସୁରକ୍ଷା” ଆହା କଲେ ପାପୀ ରକ୍ଷା […]
ଆହେ ଦୁଃଖହାରୀ ଦିଅ ଆନନ୍ଦେ ଭରି ଗାୟନେ ନାମ ତୁମରି ଅନ୍ତର ମୋର ହେଉ ମଧୁର । ୦ । ମୋର ହୃଦ ତୁମ ସିଂହାସନ, ତୁମେ ମୋର ଚିତ୍ତ ବିନୋଦନ, କରେ ନିତ୍ୟ ତୁମ ସ୍ତୁତିଗାନ, ଯାତ୍ରା ପଥ ଯେ ଅଟେ ବନ୍ଧୁର । ୧ । ତ୍ରାଣନାଥ ତୁମେ ମୋ ଜୀବନ, କର ହୃଦ ପ୍ରେମ ନିକେତନ, ବାଧ୍ୟତା ହେଉ ମୋର ଭୂଷଣ, […]
ଭଙ୍ଗା ହୃଦ ତୁଚ୍ଛ କରି ନ ପାରନ୍ତି ଅଟେ ତାଙ୍କ ଗ୍ରାହ୍ୟ ବଳି ନେତ୍ର ଜଳେ ଭାସି ଡାକରେ ପାତକି (ତାଙ୍କ) ସିଂହାସନ ଯିବ ଟଳି । ୦ । ଯଦି ଅନ୍ଧକାର ହୁଏ ଗାଢ଼ତର ପଥ ଯାଉ ତୁହି ଭୁଲି ଆକୁଳ ଅନ୍ତରେ ଡାକଟାଏ ଦେଲେ ଦୁଇ ହାତେ ନେବେ ତୋଳି । ୧ । ସର୍ବଗ୍ରାସୀ ଢେଉ ଗ୍ରାସ କରିବାକୁ ଆସେ ଯେବେ ତୋର ତରୀ […]
ତୁମ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚରଣର ଚଲାପଥେ ସେ ଆଲୋକ ମୋ ସାରା ଜୀବନର । ୦ । କର ମୋ ଚକ୍ଷୁ ପ୍ରସନ୍ନ, କରିବି ବ୍ୟବସ୍ଥା ଧ୍ୟାନ ତବ ଶାସନ, ଦୟାବାନ ହେଉ ମୋ ଜୀବନେ ବର । ୧ । ତବ ବାକ୍ୟ ଅଟେ ସିଦ୍ଧ, ପରୀକ୍ଷିତ ପୁଣି ନିତ୍ୟ ସମ୍ପଦେ ଅବା ବିପଦେ ହେଉ ସେ ମୋର ଆବର । ୨ । […]
ଝୁଲିଲ ମୋ ପାଇଁ କ୍ରୁଶରେ ଆହେ ମୋର ଯୀଶୁ ସୁନ୍ଦର ଝରିଗଲା ଝର ଝର କେତେ ତପତ ରୁଧିର । ୦ । ରକତେ ରଞ୍ଜିତ ଶରୀର ଛୁଟେ ତହୁଁ ପ୍ରେମର ଧାର ମୋର ପାପ ଧୋଇବା ପାଇଁ ବହିଥିଲା ସେ ଧାର ଧାର । ୧ । ପ୍ରଭୁ ଯୀଶୁ କ୍ରୁଶ ବିନାରେ ନୋହୁ ମୋର ଦର୍ପ କାହିଁରେ ଯେତେ ପ୍ରିୟ ଅସାର ପେଡ଼ି ଥୁଏ […]
ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି, ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା । ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ, ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ, ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ । ଉପହାରକର ପଣ୍ଡିତ ନିକର, ଶିଶୁ ଯୀଶୁ ପଦେ କରି ନମସ୍କାର, ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ ମୋକ୍ଷ […]