ଆସ ହେ ହୃଦୟେ ଯୀଶୁ-ଧନ ନବପ୍ରୀତି ନବଗୀତି ଭରୁ ନିତି ଶିଶୁ ପ୍ରାଣ ଶିଶୁ କଣ୍ଠୁ ନିତି ଶୁଭୁ ହେ ନାଥ ଆକୁଳ ମିଳନ ତାନ । ଘୋଷା । ଏ ପାପ-ମରୁରେ ନିତି ଆକୁଳ ସରସ ଶିଶୁର ଚିତ୍ତ ରୁକ୍ଷ ମରୁ ବାଆ ଲୁଟି ନିଏ ତାର ପ୍ରୀତି କୁସୁମ ବିତ୍ତ ମଧୁ ପ୍ରୀତି ଫୁଲେ ଭରିଦିଅ ସଖା ଶିଶୁର ରିକ୍ତ ମନ । ୧ । […]
Uncategorized
ମୁକ୍ତିଦାତା ଯୀଶୁ ନାମ ଭଜରେ ଭାଇ ସେହି ନାମ, ଯୀଶୁ ନାମ ଯୀଶୁ ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ଘୋଷା । ଶାନ୍ତିଧାମ ସୁଧା ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ୧ । ଦିବ୍ୟ ନାମ ଯୀଶୁ ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ୨ । ଶ୍ରେଷ୍ଠ ନାମ ଯୀଶୁ ନାମ ଯୀଶୁ ନାମ ଭାଇ […]
ଯୀଶୁ ଖ୍ରୀଷ୍ଟ ନାମ ମନ ଗାଆରେ ସେହି ପାଦପଦ୍ମ ନିତି ଧ୍ୟାଆରେ । ଘୋଷା । ବିଶ୍ୱ ପ୍ରେମ ଧନ ସତ୍ୟ ଶାନ୍ତି ଧାମ ସେହି ଏକା ଏହି ବସୁଧାରେ, ପୂତ ଆତ୍ମାଦାତା ପାପୀ ପରିତ୍ରାତା, ଚରଣକମଳୁ ମଧୁ ଖାଆରେ । ୧ । ସେ ପ୍ରେମ ନିର୍ଝର ସର୍ବ ମୂଳାଧାର ମୁକତି କରତା ପରପାରେ ଧନ ମନ ଜୀବନ ଆତ୍ମା ସମର୍ପଣ କରି ସେ ନାମ ସ୍ମରୁ […]
ପ୍ରଭୁ ହେ ତୁମେ ମୋର ପରାଣ ସଖା, ମନ ମନ୍ଦିରେ ଅଙ୍କା ସେହି ପ୍ରେମ ମୂରତି ପ୍ରୀତିରେଖା । ଘୋଷା । ଜନମେ ମରଣେ ମତି ପଙ୍କଜଚରଣେ ରହିଥାଉ, ଏହି ମୋ ଭିକ୍ଷା ପ୍ରଭୁ ହେ, ଦିବ୍ୟ ନୟନେ ମମ ନିତ୍ୟ ସେ ପ୍ରେମ ଧାମ ହୋଇ ଯାଉଥାଉ ନିତି ଲେଖା, ଏହି ମୋର ଅନ୍ତିମ ଭିକ୍ଷା ପ୍ରଭୁ ହେ ଜନମେ ମରଣେ ଦିଅ ଦେଖା । ୧ । […]
ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି, ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା । ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ, ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ, ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ । ଉପହାରକର ପଣ୍ଡିତ ନିକର, ଶିଶୁ ଯୀଶୁ ପଦେ କରି ନମସ୍କାର, ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ ମୋକ୍ଷ […]
ଆସ ମୋ ଭଉଣୀ ଭାଇ, ପ୍ରାଚୀ ଦିଶେ ଦେଖ ଚାହିଁ ନବ ରବି ଶୁଭେ ସମୁଦିତ, ପାପାନ୍ଧକାର ବିନାଶ ପାଇଁ ଭବେ ପରକାଶ ଗାଇବା ସେ ଜ୍ୟୋତିର ସ୍ୱାଗତ, ଦୁଇ ସହସ୍ର ବର୍ଷର ସ୍ମୃତି ଜଗାଇ ଅନ୍ତର ପ୍ରେମୋଲ୍ଲାସେ ଭସାଏ ସଂସାର, ସ୍ୱର୍ଗରାଜ୍ୟ ସଂସ୍ଥାପିତ ହୋଇଥିଲା ଏହି ମର୍ତ୍ତ୍ୟ ଆଜି ସେହି ପବିତ୍ର ବାସର । ଥ ôଲେ ଯେ ଅଛନ୍ତି ଥିବେ ଏ ଭବେ ଆସ ମୋର ଭାଇ […]
ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି, ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛି । ଘୋଷା । ତୁଟି ତୁଟି ଯାଏ ଅନ୍ଧକାର ମୋହ, ହସି ହସି ଉଠେ ପ୍ରକୃତି ନିବହ ନୂଆ ଜନମର ଜୀବନ ପ୍ରବାହ ପ୍ରାଙ୍ଗଣେ ପ୍ରାଙ୍ଗଣେ ଖେଳୁଛି । ୧ । କ୍ରୁଶ କାଲଭେରୀ ମୁକୁଟ କଣ୍ଟାର, ପକ୍ଷୀକଳତାନ ଭ୍ରମର ଝଙ୍କାର, ପ୍ରେମମୟଙ୍କର ଅନନ୍ତ ପ୍ରେମର ଗଉରବ ଗୀତି ଗାଉଛି । ୨ । […]
ଆସ ହେ ଗାଇବା ମିଳି ଆନନ୍ଦ ସଙ୍ଗୀତ ଜୟ ଯୁବାମେଷ ରବେ ପୂରାଇ ଜଗତ; ସେହି ନାମ ସୁଧା ଆନନ୍ଦେ ମାତି ପାଇବା ଯୀଶୁ ନାମ ସୁଧା । ୧ । ମୁଞ୍ଜରିବ ଶୁଷ୍କତରୁ, ବ୍ରତତୀ ଲୋଟିବ, ଆନନ୍ଦ-ଉପବନରେ କୁସୁମ ଫୁଟିବ; ସେହି ନାମ ସୁଧା ଆନନ୍ଦେ ମାତି ପିଇବା ଯୀଶୁ ନାମ ସୁଧା । ୨ । ଲଭିବ ନବ ଜୀବନ ଏ ମୃତ ଶରୀରେ […]
ମହାପ୍ରଭୁ, ମହାପ୍ରେମ ଭବେ ପ୍ରକାଶିଲ; ଆସି ବିଶ୍ୱ ପ୍ରେମ ସେବାଧର୍ମ ଜଗତେ ଥାପିଲ । ଘୋଷା । ତୁମ ପ୍ରେମ ସୂତ୍ରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ, ତୁମ ପ୍ରେମ ସୂତ୍ରେ ନର ମାତ୍ରେ ସ୍ନେହରେ ଗୁନ୍ଥିଲ । ୧ । ଅମା ଅନ୍ଧକାରେ; ଯୀଶୁ ହେ ମୋର ପ୍ରିୟ ଯୀଶୁ, ଅମା ଅନ୍ଧକାରେ ହୃଦୟରେ ଜ୍ୟୋତି ପ୍ରକାଶିଲ । ୨ । ତୁମ ପ୍ରେମ ଗୁଣେ; ଯୀଶୁ […]
( ସ୍ୱର : ରସନା ତୁ ଆନେ ରସନା ରେ ) ମୋତେ ଯୀଶୁ ନାମ ଭଲ ଲାଗେରେ, ନାମେ ସୁବିମଳ ପ୍ରେମ ଢଳଢଳ ମୂରତି ଅନ୍ତରେ ଜାଗେରେ । ଘୋଷା । ଯୀଶୁ ନାମଟି ତ ପ୍ରେମ ସୁନ୍ଦର, ପ୍ରେମ ଅଙ୍କୁରର ଆଦ୍ୟ ପତର; ପ୍ରେମ ଦ୍ରାକ୍ଷାଲତା ଫଳେ ଆନମିତା ହୃଦକୁଞ୍ଜ ପୁରୋଭାଗେରେ । ୧ । ବିଶ୍ୱ ଜନ ମନ ମୋହ ମନ୍ତର, ମହା ପାତକୀ ଶରଣ […]