(ପ୍ରଭୁ) ଦିଅ ଦେଖା ମୋତେ ବାରେ, ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା । ଅରୁପାନନ୍ଦ ସୁନ୍ଦର ଅନୁପମ କଳେବର ଆଙ୍କି ଏ ହୃଦରେ ମୋର ପୂଜୁଥିବି ପ୍ରେମ-ଫୁଲେ । ୧ । ଜ୍ୟୋତିପୁଞ୍ଜ ରୂପରାଶି ହୃଦୟ-କନ୍ଦରେ ପଶି ଜୀବନର ଅମାନିଶି ନାଶି ଶୋଭୁ କାଳେ କାଳେ । ୨ । କାମନା-ମୋହ ମାଦକ ପାପଜ ଅଳୀକ ସୁଖ ଦେଖି ଶ୍ରୀମୁଖ ମୟୁଖ […]
Uncategorized
ଆସ, ଖ୍ରୀଷ୍ଟ ଭକ୍ତଗଣ ଯୀଶୁ ଗୁଣ ଗାଇବା, ଓଡ଼ିଶା ମଙ୍ଗଳ ପାଇଁ ପ୍ରାଣପଣ କରିବା । ଘୋଷା । ପାସୋରି ଭୋଗ ବାସନା, ସଂସାରର ସୁଖ ନାନା ଉଠାଇ ଯୀଶୁଙ୍କ ବାନା, ପ୍ରାଣେ ପ୍ରାଣେ ମିଳିବା । ୧ । ଓଡ଼ିଶାର ସମ୍ମିଳନ କର ପ୍ରଭୁ ପ୍ରେମେ ପୂର୍ଣ୍ଣ ପ୍ରେମ-ସୁଧା କରି ପାନ ଆନନ୍ଦରେ ଭାସିବା । ୨ । ସୂଚୀମାଳାକୁ ଫେରନ୍ତୁ
ସାଜ ଖ୍ରୀଷ୍ଟ ଭକ୍ତଗଣ ତବ ହୃଦ-ସଦନ, ଖ୍ରୀଷ୍ଟ ଅମୂଲ୍ୟ ରତନ, ଦିଅ ତାଙ୍କୁ ହୃଦେ ସ୍ଥାନ । ଘୋଷା । ଅନନ୍ତ ଈଶ୍ୱର ପିତା ଗୃହେ ଖ୍ରୀଷ୍ଟ ଜ୍ୟେଷ୍ଠଭ୍ରାତା ଅଛନ୍ତି ତ୍ରାଣକରତା, କରନ୍ତି ପାପ ମୋଚନ । ୧ । ବ୍ରତ କର ଭକ୍ତଗଣ ସନ୍ଧ୍ୟା ପ୍ରଭାତେ ଜଣାଣ, ହିତବାକ୍ୟ କର ଧ୍ୟାନ, ଦୂରେ ଯିବ ଶୟତାନ । ୨ । ହାସ୍ୟେ ଭାସି ସୁବଚନ ତୁଷ୍ଟ କର ସର୍ବ […]
କରି ଯୋଡ଼ କର ଖୋଲି ହୃଦ ଦ୍ୱାର ବସିଅଛି ପରା ତୁମରି ଆଶେ, କାହିଁ ଅଛ ସଖା ? କେବେ ଦେବ ଦେଖା ? କେବେ ହେବ ଉଭା ହୃଦ ଆବାସେ ? । ଘୋଷା । ଆଘାତ କରି ମୋ ହୃଦୟ ଦୁଆରେ ଡାକିଅଛ କେତେ ମୃଦୁ ମଧୁ ସ୍ୱରେ; ସେ ପ୍ରାଣ ପିପାସା, ସେ ଆଦର ଭାଷା ନ ପଶିଲା ମୋର ମୁଗ୍ଧ ମାନସେ । ୧ […]
ସ୍ୱର୍ଗୀୟ ସିଂହାସନରୁ ନିର୍ଗତ ନଦୀ ତୀରେ ରୁଣ୍ଡ ହେବା କି ସମସ୍ତେ ଏକତ୍ର ସେଠାବରେ ? । ଘୋଷା । ହଁ, ମିଳିବା ସର୍ବ ଶେଷେ ଯୁବାମେଷ ସିଂହାସନ ପାଶେ, ସାଧୁମାନଙ୍କର ସହବାସେ, ସେ ରମ୍ୟ ନଦୀ ପାଶେ । ୧ । ତେଜସ୍ୱୀ ଦୂତ ସେଠାରେ ପାଦ ଅର୍ପଣ କରେ, ଜଳ ତାର ସୁନିର୍ମଳ ବହଇ ନିରନ୍ତର । ୨ । ରୌପ୍ୟମୟ ଫେନପୁଞ୍ଜ ଏଡ଼ାଇ […]
ଯୀଶୁ ଦୟାମୟ, ଶୁଣ ଏ ବିନୟ, ଆମ୍ଭ ମଧ୍ୟେ ଉପସ୍ଥିତ ହୁଅ ଏ ସମୟ । ଘୋଷା । ଅନ୍ତରର ଅନ୍ଧକାର କୃପା କରି ଦୂର କର ହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ । ୧ । ଆସ ପ୍ରଭୁ ଏ ଆଳୟ, ଧ ର୍ମାତ୍ମା ଅଗ୍ନି ଜ୍ୱଳାଅ, ତବାଲୋକେ ଦୀପ୍ତିମୟ କର ଏ ସମୟ । ୨ । ଆଶୀର୍ବାଦ କର ଆସି, ପାପ ଅବିଶ୍ୱାସ ନାଶି, […]
ପ୍ରାର୍ଥନା କି ବହୁମୂଲ୍ୟ ଅଟେ ସାଧୁ ଲୋକର ! ନାହିଁ ଏହା ସମ କିଛି ତା ପ୍ରତି ହିତକର । ଘୋଷା । ଏହାର ପ୍ରୟୋଜନ ଜାଣଇ ଭକ୍ତଜନ, କଞ୍ôଚ ଅଟେ ଦୟାସନ ଆଶିଷ ଭଣ୍ଡାରର । ୧ । ଦେହ ପୁଣି ଆତ୍ମାରେ ମଙ୍ଗଳ ଲଭିବାରେ ଇଚ୍ଛା ଥିଲେ ପ୍ରାର୍ଥନାରେ ହୁଏ ସେ ଅଗ୍ରସର । ୨ । ତହୁଁ ପାଏ ଆନନ୍ଦ ସୁଖ ଶାନ୍ତି ସ୍ୱଚ୍ଛନ୍ଦ, ତା […]
ପ୍ରଭୁ ଦେଖ ହେ, ଶୟତାନ ଫାନ୍ଦ ପାତିଛି; ମୋ ମନ ଧର୍ମରୁ ବିଗାଡ଼ିବା ପାଇଁ ନିରତେ ଉପାୟ କରୁଛି । ଘୋଷା । ବୁଝି ଦେଖ ମନ କେମନ୍ତ ଏ କୂଟ, ଶୟତାନ ଏହା ଭ୍ୟାଇଛି; ପଶିଣ କପଟେ ବସି ମନ ମଧ୍ୟେ ମନ୍ଦ ପଥେ ମନ ନେଉଛି । ୧ । ମୋର ବଳ ନାହିଁ ଉଦ୍ଧାରିବା ପାଇଁ, ତୁମ୍ଭ ବଳ ପ୍ରଭୁ ମାଗୁଛି, କାଟି […]
ଆହା କି ସ୍ଥାନେ ଶୋଇଲେ ଯୀଶୁ ରାଜନ ହେ ! । ଘୋଷା । ଯେହୁ ସ୍ୱର୍ଗ ଅଧିପତି ଅନନ୍ତ ଜୀବନ ହେ, ଉଦ୍ଧାର ହେଲା କବର ତାଙ୍କର କାରଣ ହେ । ୧ । ମୁକୁଟ ଭୂଷିତ ତାଙ୍କ ଗୌରବ ମସ୍ତକ ହେ, ସ୍ୱର୍ଗୀୟ ସୁବର୍ଣ୍ଣ ଶେଯେ ଯେ କଲେ ଶୟନ ହେ । ୨ । ଏବେ ଦେଖ ମାଟି ଶଯ୍ୟା କବର […]
ତ୍ରାଣକର୍ତ୍ତା ଯୀଶୁ ସୁଶବ୍ଦ ଲାଗିଲା କର୍ଣ୍ଣେ ଆମୋଦ, ଜନ୍ମାଇଲା କି ଆହ୍ଲାଦ । ଘୋଷା । ମୁହିଁ ପାପୀ ଜନ ଥିଲି ପାପ ଶୟତାନ ଫାଶେ ବନ୍ଧନ, ମୋର ବନ୍ଧନ କାଟିଣ କଲେ ମୋତେ ପରିତ୍ରାଣ, କ୍ଷମା କଲେ ଯେତେ ମୋର ଅସଂଖ୍ୟ ପାପାପରାଧ । ୧ । ପୁଣି ଥିଲି ମୁହିଁ ଶୟତାନ ଦାସତ୍ୱରେ ଦାସ ଯେ ହୋଇ କରି ତାଙ୍କ ରକ୍ତପାତ ଦାସତ୍ୱରୁ କଲେ ମୁକ୍ତ, […]